ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରୁଛନ୍ତି ସରକାରୀ କର୍ମଚାରୀ

ସପ୍ତମ ବାଟାଲିୟନରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ଯଥା ସଞ୍ଜୟ କୁମାର ବାଲଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି।

ସିଇଓଙ୍କ ନିକଟରେ ବିଜେଡିର ଫେରାଦ

ଭୁବନେଶ୍ବର, ୩୧/୦୫: ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡ଼ି। କମିଶନରେଟ୍ ପୋଲିସରେ ସପ୍ତମ ବାଟାଲିୟନରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ଯଥା ସଞ୍ଜୟ କୁମାର ବାଲ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛି ବିଜେଡ଼ି।

ଶ୍ରୀ ସଞ୍ଜୟ କୁମାର ବାଲ ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉସୁମା ଗ୍ରାମ ପଞ୍ଚାୟତରେ ଗତ ୭ ଦିନରୁ ସେ ଆଦର୍ଶ ଆଚରଣବିଧି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପାଇଁ ରାଜନୈତିକ ପ୍ରଚାରରେ ସକ୍ରିୟ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ନିର୍ବାଚନ ରାଲିରେ ଅଂଶଗ୍ରହଣ କରି ଭୋଟରଙ୍କୁ ଟଙ୍କା ବଣ୍ଟନ, ସାରଦା ପ୍ରଧାନ ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ଧମକ ଦେଉଛନ୍ତି ଏହି ସରକାରୀ କର୍ମଚାରୀ। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେଡିର ଏକ ଦଳ।