ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଇଭିଏମ୍ ଭାଙ୍ଗିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍।

ଏଡିଜେ-୨ କୋର୍ଟରେ ଶୁଣାଣି

ଭୁବନେଶ୍ବର, ୩୧/୦୫: ଇଭିଏମ୍ ଭଙ୍ଗାରୁଜା ମାମଲାରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍ ଭାଙ୍ଗିବା ଘଟଣାର ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଖୋର୍ଦ୍ଧା ମତଦାନ କେନ୍ଦ୍ରରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଲକ କାଉଁରୀପାଟଣାର ୧୧୪ ନମ୍ବର ବୁଥରେ ଗତ ଜୁନ୍ ୨୫ ତାରିଖରେ ଏହି ଘଟଣା ଘଟିଥିଲା। ପ୍ରଶାନ୍ତ ଜଗଦେବ ମତଦାନ ଦେବା ପାଇଁ ବୁଥକୁ ଯାଇଥିଲେ, କିନ୍ତୁ ଇଭିଏମ୍ ଖରାପ ହେବାରୁ ତାଙ୍କୁ ଭୋଟ୍ ଦେବା ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଯାହାଫଳରେ ସେ ଉତକ୍ଷିପ୍ତ ହୋଇ ପ୍ରିଜାଇଡିଂ ଅଫିସରଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଇଭିଏମକୁ ଟେବୁଲରୁ ଟାଣି ନେଇଥିଲେ, ଯାହାଦ୍ୱାରା ତାହା ଖସି ଯାଇ ଭାଙ୍ଗି ଯାଇଥିଲା।