ପରାଜୟର ସାମନା କଲେ ନବୀନ

ପରାଜୟର ଗୋଟେ ପରେ ଗୋଟେ ପାହାଚ ଅତିକ୍ରମ କରୁଛି ବିଜେଡ଼ି।

କଣ୍ଟାବାଞ୍ଜିରୁ ନବୀନ ପରାଜିତ

ଭୁବନେଶ୍ବର, ୦୪/୦୬: ପରାଜୟର ସମ୍ମୁଖୀନ ହେଉଛି ବିଜୁ ଜନତା ଦଳ। ଏଥିରୁ ବଳି ଯାଇ ନାହାନ୍ତି ଖୋଦ୍ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ପରାଜିତ ହୋଇଛନ୍ତି ନବୀନ। ଆଜି ପର୍ଯ୍ୟନ୍ତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇନଥିବା ନବୀନ ପଟ୍ଟନାୟକ ପ୍ରଥମ ଥର କଣ୍ଟାବାଞ୍ଜିରୁ ଲଢିଥିଲେ ଏବଂ ପ୍ରଥମ ଥର ପରାଜିତ ମଧ୍ୟ ହୋଇଛନ୍ତି।