ବଢୁଛି କାଉଣ୍ଟିଙ୍ଗ, ବଢୁଛି ରେଜଲ୍ଟ

ଓଡ଼ିଶାରେ ଚଳିତ ୨୦୨୪ ନିର୍ବାଚନରେ ବିଜେପି ବିଜୟ ପଥରେ ଆଗେଇ ଚାଲିଛି।

ବିଜୟ ପଥରେ ଅଗ୍ରସର ବିଜେପି

ଭୁବନେଶ୍ବର, ୦୪/୦୬: ବିଜେଡିର ସତ୍ତା ହଟୁଛି। ବିଜେପିର ପତିଆରା ବଢୁଛି। ରାଜ୍ୟରେ ୨୦୨୪ ନିର୍ବାଚନ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ସଫଳତା ଆଡକୁ ଅଗ୍ରସର ହେଉଛି।

ଝାରସୁଗୁଡ଼ାରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟ ମିଳିଥିବା ବେଳେ ସେ ବିଜେଡିର ଦୀପାଳୀ ଦାସଙ୍କୁ ପରାସ୍ତ କରିଛନ୍ତି। ସେହିପରି ବ୍ରଜରାଜନଗରରେ ସୁରେଶ ପୂଜାରୀ ବିଜେଡିର ଅଳକା ମହାନ୍ତିଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି। ରଘୁନାଥପାଲ୍ଲୀରେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି ଓ ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ପରାସ୍ତ କରିଛନ୍ତି। ବରଗଡରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ହରାଇ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀ ବିଜୟୀ ହୋଇଛନ୍ତି। ମାଲକାନଗିରି ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ଲାଭ କରିଛନ୍ତି। ଖଣ୍ଡପଡା ବିଧାନସଭାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ହରାଇ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବିଜୟ ହାସଲ କରିଛନ୍ତି। ରଣପୁରରେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ। ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଛନ୍ତି। କୁଚିଣ୍ଡାରୁ ବିଜେପି ପ୍ରାର୍ଥୀ ରବି ନାୟକ ବିଜୟୀ ହୋଇଛନ୍ତି। ଟିଟିଲାଗଡ଼ରେ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି। ଫୁଲବାଣୀରେ ବିଜେପିର ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି।

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ବିଜେଡିର ଅନନ୍ତ ନାରାୟଣ ଜେନା ଜିତିଛନ୍ତି। ବରୀରୁ ବିଜେପି ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କୁ ହରାଇ ବିଜେଡ଼ି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ବିଜୟ ଲାଭ କରିଛନ୍ତି। ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି। ଦଶପଲ୍ଲାରେ ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜେପିର ରାଘବ ମଲ୍ଲିକଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବାଙ୍କୀରେ ଦେବୀ ତ୍ରିପାଠୀ ବିଜୟୀ ହୋଇଛନ୍ତି। ପାଟକୁରାରେ ଅରବିନ୍ଦ ମହାପାତ୍ରଙ୍କ ବିପୁଳ ମାତ୍ରାରେ ବିଜୟ ହୋଇଛି। ବାଲିଗୁଡ଼ାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ଜିତିଛନ୍ତି। ଚିତ୍ରକୋଣ୍ଡାରେ ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି।