ବାରାଣାସୀରୁ ଜିତିଲେ ମୋଦି

ବାରାଣାସୀରୁ ଲଗାତାର ତୃତୀୟ ଥର ପାଇଁ ବିଜୟ ହାସଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୧.୫୦ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ

ନୂଆଦିଲ୍ଲୀ, ୦୪/୦୬: ବାରାଣାସୀରୁ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସର ଅଜୟ ରାୟଙ୍କ ବିପକ୍ଷରେ ୧,୫୨,୫୧୩ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ମୋଦି। ବିଏସପିରୁ ଅଥାର ଜମାଲ ଲାରୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ମୋଦିଙ୍କୁ ୬,୧୨,୯୭୦ ଭୋଟ୍ ମିଳିଥିବା ବେଳେ ଅଜୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା।

୨୦୧୪ ଓ ୨୦୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ନିର୍ବାଚନ ମଣ୍ଡଳୀରେ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ହାସଲ କରିଛନ୍ତି। ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଜୁନ୍ ୧ ତାରିଖରେ ବାରାଣାସୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।