ଦଳୀୟ ନେତାଙ୍କୁ ବଳ ଦେଲେ ନବୀନ

ନବୀନ ନିବାସରେ ନବନିର୍ବାଚିତ ଦଳୀୟ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପରିଶ୍ରମ କରିଛୁ, ଆଗକୁ କରିବୁ

ଭୁବନେଶ୍ବର, ୦୫/୦୬: ନବୀନ ନିବାସରେ ନବନିର୍ବାଚିତ ଦଳୀୟ ବିଧାୟକଙ୍କୁ ନେଇ ହୋଇଥିଲା ବୈଠକ। ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବିଜେଡିର ନବନିର୍ବାଚିତ ବିଧାୟକ। ସମସ୍ତ ବିଧାୟକଙ୍କୁ ବିଜେଡି ସଭାପତି ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ବଳ ଦେଇଛନ୍ତି। ନିଃସ୍ୱାର୍ଥପର ଭାବେ ସାଧାରଣ ଜନତାଙ୍କ ସେବା କରିବାକୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ନବୀନ କହିଛନ୍ତି, ୨୪ ବର୍ଷ ପୂର୍ବେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ସମୟରେ ରାଜ୍ୟର ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଆଜି ଏହା ୧୦ ପ୍ରତିଶତକୁ ହ୍ରାସ ପାଇଛି। ବିଜେଡି ଶାସନ ସମୟରେ ଏହା ସମ୍ଭବ ହୋଇଥିଲା। ୨୪ ବର୍ଷର ଶାସନକୁ ନେଇ କୌଣସି ଲଜ୍ଜା ଅନୁଭବ କରିବାର ନାହିଁ। ଆମେ ପରିଶ୍ରମ କରିଛୁ ଆଗକୁ ମଧ୍ୟ କରିବା। ଲୋକଙ୍କ ଦୁଃଖ ଓ ସୁଖରେ ସାମିଲ ହୋଇ ଜନସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।