ପିଏମ୍ଓ ହେଉ ସେବାର ଅଧିଷ୍ଠାନ: ପ୍ରଧାନମନ୍ତ୍ରୀ

ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସମ୍ଭୋଧିତ କଲେ ମୋଦି

ନୂଆଦିଲ୍ଲୀ, ୧୦/୦୬: କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ଆଜି ତାଙ୍କ କାର୍ଯ୍ୟକାଳ ସମ୍ଭାଳିଛନ୍ତି। ପ୍ରଥମ ଦିନରେ ପିଏମଓ ଅଧିକାରୀଙ୍କୁ ଦେଇଥିବା ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ “ମୋଦୀଙ୍କ ପିଏମଓ” ପରିବର୍ତ୍ତେ “ଲୋକଙ୍କ ପିଏମଓ” ହେବା ଉଚିତ। ୧୦ ବର୍ଷ ପୂର୍ବେ ପିଏମଓ ଏକ ବହୁତ ବଡ ଶକ୍ତି କେନ୍ଦ୍ର ଥିଲା ସେଠାରେ କ୍ଷମତା ହାସଲ କରା ଯାଉଥିଲା। କିନ୍ତୁ ମୁଁ କ୍ଷମତା ପାଇଁ ଜନ୍ମ ହୋଇନାହିଁ। ମୁଁ କ୍ଷମତା ହାସଲ କରିବା ବିଷୟରେ ଚିନ୍ତା କରେ ନାହିଁ।

ଦେଶର ନାଗରିକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “୧୪୦ କୋଟି ଭାରତୀୟଙ୍କ ବ୍ୟତୀତ ମୋ ହୃଦୟରେ ଆଉ କେହି ବି ନାହାନ୍ତି। ସେମାନେ କେବଳ ଲୋକ ନୁହଁନ୍ତି ବରଂ ପରମେଶ୍ବରଙ୍କ ଏକ ରୂପ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ କେବଳ ଗୋଟିଏ ସାମୂହିକ ଲକ୍ଷ୍ୟ ରହିବା ଉଚିତ। ଆମର କେବଳ ଗୋଟିଏ ଲକ୍ଷ୍ୟ- ନେସନ୍ ଫାଷ୍ଟ; ଗୋଟିଏ ଉଦ୍ଦେଶ୍ୟ – ୨୦୪୭ ବିକଶିତ ଭାରତ। ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ୨୪×୭ କାମ କରିବି। ମୁଁ ନିଶ୍ଚିତ ଯେ, ଆମେ ଏକ ହୋଇ କାର୍ଯ୍ୟ କଲେ ଆମର ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ ଏକତ୍ର ଭାବେ କରିପାରିବା। ଆମେ ସେହି ଲୋକଙ୍କ ମଧ୍ୟରୁ ନୁହେଁ, ଯେଉଁମାନଙ୍କ ପାଇଁ ଅଫିସ ଗୋଟିଏ ସମୟରେ ଆରମ୍ଭ ହୋଇ ଗୋଟିଏ ସମୟରେ ଶେଷ ହୋଇଥାଏ। ଆମେ ସମୟ ଦ୍ୱାରା ବାନ୍ଧି ହୋଇନାହୁଁ, ଆମର ଚିନ୍ତାଧାରାର କୌଣସି ସୀମା ନାହିଁ। ଯେଉଁମାନେ ଏହାଠାରୁ ବାହାରେ ଅଛନ୍ତି ସେମାନେ ହିଁ ମୋ ଦଳ ଏବଂ ଦେଶ ସେହି ଦଳ ଉପରେ ଭରସା କରୁଛି।