ମୋଦୀ ୩.୦ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ୩ କୋଟି ପିଏମ୍ଏୱାଇ ଗୃହ ନିର୍ମାଣ ଲକ୍ଷ୍ୟ

ନୂଆଦିଲ୍ଲୀ, ୧୦/୦୬: ସୋମବାର ମୋଦୀ ୩.୦ର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି ସରକାରଙ୍କ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ପିଏମଏୱାଇ ଯୋଗାଇ ଦିଆଯିବ। ଏହା ସହ ବିଜୁଳି, ଗ୍ୟାସ, ପିଇବା ପାଣି ଓ ଶୌଚାଳୟ ଯୋଗାଇ ଦିଆଯିବ। ଦେଶରେ ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି ହେତୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତିରିକ୍ତ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ସହାୟତା ପ୍ରଦାନ କରିବାକୁ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।