ଜୁନ ୩୦ରେ ଯାଜପୁର ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ଜୁନ୍ ୩୦ ତାରିଖ ଦିନ ଯାଜପୁର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସଠାରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହେବ।

୨୮ ସୁଦ୍ଧା ରେଜିଷ୍ଟ୍ରେସନ୍ କରିବେ ଇଚ୍ଛୁକ ପ୍ରତିଯୋଗୀ

ଯାଜପୁର, ୨୬/୦୬: ଆସନ୍ତା ୩୦ ତାରିଖ ଦିନ ଯାଜପୁର ଟାଉନ ସ୍ଥିତ କୁସୁମା ନିକଟ ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସଠାରେ ଯାଜପୁର ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହେବ। ଉକ୍ତ ପ୍ରତିଯୋଗିତାକୁ ଯାଜପୁର ଜିଲ୍ଲା ସନ୍ତରଣ ସଂଗଠନ ଓ ଜିଲ୍ଲା କ୍ରୀଡା ବିଭାଗ ମିଳିତ ଭାବେ ଆୟୋଜନ କରୁଛନ୍ତି। ଉକ୍ତ ପ୍ରତିଯୋଗିତାରେ ସନ୍ତରଣର ଚାରିଟି ଷ୍ଟ୍ରୋକରେ ପ୍ରତିଯୋଗୀମାନେ ପ୍ରତିଦ୍ୱନ୍ଦିତା କରିବେ। ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା ଆୟୋଜନ ହେବ। ଷ୍ଟ୍ରୋକ ଗୁଡିକ ହେଲା ଫ୍ରି ଷ୍ଟାଇଲ, ବ୍ୟାକ ଷ୍ଟ୍ରୋକ, ବ୍ରେଷ୍ଟ ଷ୍ଟ୍ରୋକ ଓ ବଟର ଫ୍ଲାଏ। ଏହି ଷ୍ଟ୍ରୋକ ଗୁଡିକ ୫୦, ୧୦୦ ଓ ୨୦୦ ମିଟର ପାଇଁ ପ୍ରଯୁଜ୍ୟ। ଇଛୁକ ପ୍ରତିଯୋଗୀମାନେ ୨୮ ତାରିଖ ସନ୍ଧ୍ୟା ୬ ଟା ସୁଦ୍ଧା ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଫର୍ମ ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସ ରେ ଉପଲବ୍ଧ ହୋଇପାରିବ। ବିଶେଷ ସୂଚନା ପାଇଁ ଆବେଦନକାରୀ ସନ୍ତରଣ କୋଚଙ୍କ ମୋବାଇଲ ନମ୍ବର ୮୨୪୯୬୭୭୮୨୧ ଓ ୯୪୩୮୧୦୦୬୮୨ ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି। ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନେ ଜୁଲାଇ ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।