ଆଉ ରହିବନି ‘ଲକ୍ଷ୍ମୀ’ ବସ୍

୨୦୨୩ ଅକ୍ଟୋବର ୧୨ରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା।

ବଦଳିବ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ବର, ୨୯/୦୬: ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ପରିବହନ କ୍ଷେତ୍ରରେ ବ୍ୟାପକ ସୁବିଧା ଆଣିବା ପାଇଁ ବିଜେଡ଼ି ସରକାର ଆରମ୍ଭ କରିଥିବା ‘ଲକ୍ଷ୍ମୀ’ ବସ୍ ସେବାର ନାମ ଏବେ ପରିବର୍ତ୍ତନ ହେବାକୁ ଯାଉଛି। ‘ଲକ୍ଷ୍ମୀ’ ବସ ବଦଳରେ ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ରଖାଯିବ। ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ଏବଂ ଲୋକଙ୍କୁ ବସ୍ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୩ ଅକ୍ଟୋବର ୧୨ରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା। ଗାଁ ଓ ପଞ୍ଚାୟତକୁ ସଦର ମହକୁମା ସହ ଯୋଡିବା ପାଇଁ ଏହାର ଲକ୍ଷ୍ୟ ଥିଲା। ସେହିପରି ରଥଯାତ୍ରା ଉପଲକ୍ଷେ ସବୁ ବ୍ଲକରୁ ବସ ଗଡିବ। ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯାଇ ଘରୋଇକରଣ ପରିଚାଳନା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛନ୍ତି।