ଜୁଲାଇ ପହିଲାରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଦ୍ୱାର

ଜୁଲାଇ ୧ ତାରିଖରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବେ।

ଜିଲ୍ଲାସ୍ତରରେ ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ଭୁବନେଶ୍ବର, ୨୯/୦୬: ଆସନ୍ତା ଜୁଲାଇ ୧ ତାରିଖରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗର ଶୁଣାଣି କରିବେ। ସେହିଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରାଯିବ ବୋଲି ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହାବ୍ୟତୀତ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ। ଅଭିଯୋଗର ସମସ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବେ ବୋଲି ସୂଚନା ମିଳିଛି।