ଖୁବ୍ ଶୀଘ୍ର ପେପରଲେସ୍ ହେବ ବିଧାନସଭା

ବିଧାନସଭାକୁ ଡିଜିଟାଇଜେସନ୍ କରିବା ପାଇଁ ପ୍ରକ୍ରିୟା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବାଚସ୍ପତି ସୁରମା ପାଢ଼ୀଙ୍କ ସୂଚନା

ଭୁବନେଶ୍ବର, ୨୯/୦୬: ଖୁବ୍ ଶୀଘ୍ର ପେପରଲେସ୍ ହେବାକୁ ଯାଉଛି ବିଧାନସଭା। ବିଧାନସଭାର ସମସ୍ତ କାର୍ଯ୍ୟକୁ ପେପରଲେସ୍ କରିବା ପାଇଁ ପ୍ରକ୍ରିୟା ଶେଷ ହେବ। ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଡିଜିଟାଇଜେସନ୍ କାର୍ଯ୍ୟ ବର୍ତ୍ତମାନ ସରକାର ସମୟରେ ଶେଷ ହେବ। ଡିଜିଟାଇଜେସନ କେବଳ ପେପରଲେସ୍ କାର୍ଯ୍ୟରେ ସୀମିତ ରହିବ ନାହିଁ। ବରଂ ଏଥିରେ ପ୍ରଶ୍ନକାଳ, ବିଲ୍ ଉପସ୍ଥାପନ ଏବଂ ଆନୁଷଙ୍ଗିକ ପ୍ରସଙ୍ଗରେ ଆଲୋଚନା ସମେତ ସମସ୍ତ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ବିଧାନସଭା ସମ୍ପାଦକ ଦଶରଥୀ ମିଶ୍ର କହିଥିଲେ ଯେ ଡିଜିଟାଇଜେସନ୍ କେବଳ ବିଧାନସଭାକାର୍ଯ୍ୟରେ ସ୍ୱଚ୍ଛତା ଆଣିବ ନାହିଁ ବରଂ ସରକାର ଓ ବିରୋଧୀ ଦଳର ମୂଲ୍ୟବାନ ସମୟ ମଧ୍ୟ ସଞ୍ଚୟ କରିବ।