ରାଜ୍ୟରେ ଖୁବ ଶୀଘ୍ର ବଢିବ ଭତ୍ତା

ବିଭିନ୍ନ ବିଭାଗ ସହ ଆଲୋଚନା ଚାଲିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ବିଭିନ୍ନ ବର୍ଗଙ୍କ ପାଇଁ ଲାଗୁ ହେବ

ଭୁବନେଶ୍ୱର, ୦୨/୦୭: ରାଜ୍ୟରେ ଖୁବ ଶୀଘ୍ର ବଢିବ ବିଭିନ୍ନ ବର୍ଗର ଭତ୍ତା। ଏ ନେଇ ବିଭିନ୍ନ ବିଭାଗ ସହିତ ବିଚାରବିମର୍ଶ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ପାଇଁ ଭତ୍ତା ଟଙ୍କା ବୃଦ୍ଧି ନେଇ ପ୍ରସ୍ତୁତି ଚାଲିଛି। ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ କାର୍ଯ୍ୟକାରୀ ହେବ। ଖୁବ ଶୀଘ୍ର ୩୦୦୦ ଟଙ୍କାକୁ ଭତ୍ତା ପରିମାଣ ବୃଦ୍ଧି କରାଯିବ। ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ବିଜେପି ଇସ୍ତାହାର ଭତ୍ତା ବୃଦ୍ଧି ନେଇ ଉଲ୍ଲେଖ କରିଥିଲା।