ଓଏଏସ ଅଫିସର ଆଦିତ୍ୟ ମହାପାତ୍ର ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ

ପୂର୍ବରୁ ନବୀନଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ ମହାପାତ୍ର।

ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର, ୦୨/୦୭: ବରିଷ୍ଠ ଓଏଏସ୍ ଅଫିସର ଆଦିତ୍ୟ ମହାପାତ୍ରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତିରେ ଅନୁସାରେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ଅତିରିକ୍ତ ସଚିବ ଶ୍ରୀ ଆଦିତ୍ୟ ମହାପାତ୍ର ଏବେ ପିଏ ବିଭାଗରେ ଯୋଗ ଦେଇଥିବା ବେଳେ ତାଙ୍କୁ ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଶ୍ରୀ ମହାପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ସଚିବ ଥିଲେ।