ଚଳନ୍ତା ବସରେ ଲାଗିଲା ନିଆଁ

ବସରେ ଥିଲେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ

କଟକ,୦୩/୦୭: ଚଳନ୍ତା ବସରେ ଲାଗିଲା ନିଆଁ। କଟକର ଖାନନଗରରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଖବର ପାଇ କଟକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବସରେ ପାଖାପାଖି ୬୦ରୁ ୭୦ ଜଣ ଯାତ୍ରୀ ରହିଥିଲେ। ତେବେ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ପଡିଥିବା ବେଳେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି। ଅନ୍ୟପଟେ ଡିକି ଭିତରେ ଥିବା କେତେକ ଜିନିଷ ପୋଡି ଯାଇଛି। ଚଳନ୍ତା ବସରେ ଡିକିରେ ନିଆଁ ବାହାରୁଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ଦେଖି ଡ୍ରାଇଭରଙ୍କୁ ଜଣାଇଥିଲେ। ତେବେ ଗାଡିରୁ ନିଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।