କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଆକ୍ସନ ନେଲେ ଏସପି

ନୟାଗଡ଼ ସଦର ଥାନା ଏସଆଇ, ଏଏସଆଇ ଓ କନଷ୍ଟେବଳଙ୍କ ଉପରେ ଆକ୍ସନ ନେଇଛନ୍ତି ଏସପି ରାହୁଲ ଜୈନ।

୩ ପୋଲିସ କର୍ମଚାରୀ ସସପେଣ୍ଡ

ନୟାଗଡ଼, ୦୩/୦୭: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ। ନୟାଗଡ଼ ସଦର ଥାନା ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ୱରୀ ନାୟକ ଓ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ।

ସୂଚନା ମୁତାବକ, ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ଏକ ବଡ ଧରଣର ଚୋରି ହୋଇଥିଲା। ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ବିଳମ୍ବିତ ରାତିରେ ଅଭିଯୋଗ କରିବାକୁ ଆସିଥିବାରୁ ଅଭିଯୋଗକାରୀଙ୍କୁ ଥାନାରୁ ତଡି ଦେଇଥିଲେ ପୋଲିସ ଏବଂ ଆସନ୍ତା କାଲି ସକାଳେ ଆସିବାକୁ କହିଥିଲେ। ତେଣୁ ଦାୟିତ୍ୱରେ ଥିବା ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏସପି ଉକ୍ତ ୩ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି।