ବିଜେଡ଼ିର ନୂଆ ପଦାଧିକାରୀ ନିଯୁକ୍ତ

୫ ଜଣଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ମିଳିଛି।

ସୁକାନ୍ତ ପଣ୍ଡା ନବୀନଙ୍କ ପିଆରଓ

ଭୁବନେଶ୍ବର, ୦୭/୦୭: ବିଜେଡ଼ିର ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଜନସମ୍ପର୍କ ଅଧିକାରୀ ଭାବେ ସୁକାନ୍ତ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ପ୍ରତାପ ଜେନା ହେଲେ ବରିଷ୍ଠ ରାଜ୍ୟ ମିଡ଼ିଆ ସଂଯୋଜକ, ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀ ମିଡ଼ିଆ ସଂଯୋଜକ ଏବଂ ସ୍ୱୟଂ ମହାପାତ୍ରଙ୍କୁ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି।

ସେହିପରି ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଦିଆଯାଇଛି। ସଂତୃପ୍ତ ମିଶ୍ର, କଳିକେଶ ସିଂହଦେଓ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ମିଳିଛି। ବିଜେଡ଼ିର ୧୪ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟିତ୍ୱ ଦିଆଯାଇଛି। ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ଅରୁଣ କୁମାର ସାହୁ, ଦିବ୍ୟ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର ଓ ଲେନିନ ମହାନ୍ତି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି।