ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ଓଡ଼ିଶାର ଦୁଇ କ୍ରୀଡାବିତ୍

୧୫ ଲକ୍ଷର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୮/୦୭: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଥିବା ଓଡ଼ିଶାର ଦୁଇ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାଭେଲିନ୍ ଥ୍ରୋଅର୍ କିଶୋର କୁମାର ଜେନା ଏବଂ ହକି ଖେଳାଳି ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ସମର୍ଥନ କରି ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବେ ଉଭୟ କ୍ରୀଡାବିତ୍।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଏହି ଅର୍ଥରାଶି ଉଭୟ ଖେଳାଳିଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କିଶୋର ଜେନା ଓ ଅମିତ ରୋହିଦାସ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରାଜ୍ୟ ପାଇଁ ଗୌରବ ଜନକ ବିଷୟ। ଉଭୟଙ୍କ ଅଦୃଶ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଜ ଦକ୍ଷତା ବଳରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।