ସରକାରୀ ଜମିରୁ ହଟିବ ବେଆଇନ ଜବରଦଖଲ

ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଦୃଷ୍ଟି ଗୋଚର ହେବା ଭଳି ଲାଗିବ ସାଇନବୋର୍ଡ

ଭୁବନେଶ୍ବର, ୦୮/୦୭: ରାଜ୍ୟରେ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନଧିକୃତ ଜବରଦଖଲ ଉଚ୍ଛେଦ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମି ମୁଖ୍ୟତଃ ବିକାଶ ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ। ଅନଧିକୃତ ଜମି ଜବରଦଖଲ ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ସମସ୍ତ ବେଆଇନ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବା ଦରକାର। ଜବରଦଖଲ ଉଚ୍ଛେଦ ପରେ ଜମିକୁ ବାଡ଼ ଲଗାଇବା ସହ ଉକ୍ତ ଜମି ସରକାରଙ୍କ ଅଧୀନରେ ଥିବା ଦର୍ଶାଇ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।