ଏଫ୍ଏଓର ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡ଼ି ଏମପି

ଏଫ୍ଏଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ସାମନ୍ତରାୟ।

ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଦେବାଶିଷ

ଭୁବନେଶ୍ବର, ୦୯/୦୭: ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଏଫ୍ଏଓ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଶ୍ରୀ ସାମନ୍ତରାୟ ଏଫ୍ଏଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟସ୍ତତା ଏବଂ ବ୍ୟକ୍ତିଗତ କାରଣରୁ ମୁଁ ଏଫ୍ଏଓର ସଭାପତି ପଦକୁ ନ୍ୟାୟ ଦେଇପାରୁନାହିଁ। ତେଣୁ ମୁଁ ପଦରୁ ଇସ୍ତଫା ଦେଉଛି ଏବଂ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସଂଘ ଓଡ଼ିଶାରେ ଫୁଟବଲର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ସାମନ୍ତରାୟ ଚିଠିରେ ଲେଖିଛନ୍ତି।