ପହଣ୍ଡି ବେଳେ ଘଟିଲା ବଡ ଅଘଟଣ: ଖସି ପଡ଼ିଲେ ବଳଭଦ୍ର

ରଥରୁ ଓହ୍ଲାଇବା ସମୟରେ ଖସି ପଡିଛନ୍ତି ବଳଭଦ୍ର।

୫ ସେବାୟତ ଆହତ

ପୁରୀ, ୦୯/୦୭: ଆଜି ମହାପ୍ରଭୁଙ୍କ ଗୋତି ପହଣ୍ଡି ସମୟରେ ଘଟିଛି ଏକ ବଡ଼ ଅଘଟଣ। ଚାରମାଳ ଉପରେ ସେବାୟତଙ୍କ ଗୋଡ ଖସି ଯିବାରୁ ମହାପ୍ରଭୁ ବଳଭଦ୍ର ଖସି ପଡିଥିବା ଦେଖିବାକୁ ମିଳିଛି। ରଥରୁ ଓହ୍ଲାଇବା ସମୟରେ ଖସି ପଡିଛନ୍ତି ବଳଭଦ୍ର।

ମିଳିଥିବା ସୂଚନା ଅନୁଯାୟୀ, ଗୋଟି ପହଣ୍ଡି ବେଳେ ଜନ୍ମ ବେଦୀକୁ ଯାଉଥିଲେ ବଡ଼ଠାକୁର। ଏହି ସମୟରେ ସେବାୟତଙ୍କ ଗୋଡ ଚାରମାଳରେ ଖସି ପଡ଼ିଥିଲା। ଯାହା ଫଳରେ ସେବାୟତଙ୍କ ହାତରୁ ଖସି ପଡିଥିଲା ପ୍ରଭୁ ବଳଭଦ୍ର। ଏହି ଅଘଟଣରେ ୫ ଜଣ ସେବାୟତ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ସେବାୟତଙ୍କୁ ହସ୍ପିଟାଲ ନେଇଛନ୍ତି।