ଆସନ୍ତାକାଲିଠୁ ପୁରୀ ଗସ୍ତରେ ଯିବେ ମନ୍ତ୍ରୀମଣ୍ଡଳ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତ କରିବେ ମନ୍ତ୍ରୀମଣ୍ଡଳ।

ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରୀତିନୀତିର ତଦାରଖ କରିବେ

ଭୁବନେଶ୍ବର, ୧୩/୦୭: ଆସନ୍ତାକାଲିଠାରୁ ପୁରୀ ଗସ୍ତରେ ଯିବେ ରାଜ୍ୟ ମନ୍ତ୍ରୀମଣ୍ଡଳ। ରଥଯାତ୍ରାରେ ଅବଶିଷ୍ଟ ରୀତିନୀତି ଯେପରି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଧ୍ୟାନ ଦେବା ସହ ନୀଳାଦ୍ରି ବିଜେ ଶେଷ ହେବା ପର୍ଯ୍ୟନ୍ତ ପୁରୀରେ ଉପସ୍ଥିତ ରହିବେ ମନ୍ତ୍ରୀମଣ୍ଡଳ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀ ଗସ୍ତରେ ଯିବେ।