ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ କଲେ ପ୍ରଧାନମନ୍ତ୍ରୀ

ଗତ କାଲି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଶେଷ ହୋଇଛି।

‘ଶୁଭ ଆଶୀର୍ବାଦ’ ଉତ୍ସବରେ ସାମିଲ ମୋଦି

ମୁମ୍ବାଇ, ୧୩/୦୭: ବେଶ ଧୁମଧାମରେ ଶେଷ ହୋଇ ଯାଇଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ। ଆସନ୍ତାକାଲି ଅର୍ଥାତ୍ ଗତ ୧୨ ତାରିଖରେ ଏସିଆର ସର୍ବବୃହତ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ଦେଶ ବିଦେଶର ବହୁ ପ୍ରମୁଖ ବ୍ଯକ୍ତି। ସେଲିବ୍ରିଟି କଳାକାରଙ୍କଠାରୁ ସେଲିବ୍ରିଟି ଖେଳାଳୀ ଓ ବହୁ ସେଲିବ୍ରିଟି ବିଜନେସ ଟାଇକୁନଙ୍କୁ ଦେଖିବାକୁ ମିଳିଥିଲା। ଶାହାରୁଖ ଖାନ, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା, ସଲମାନ ଖାନ, ମହେନ୍ଦ୍ର ସିଂହ ଧୋନି, ସଚିନ ତେନ୍ଦୁଲକରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ନବବିବାହିତ ଯୋଡିଙ୍କୁ ଆଶୀର୍ବାଦ ଦେଇଥିଲେ।

ବିବାହର ଗୋଟିଏ ଦିନ ପରେ ଆଜି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ‘ଶୁଭ ଆଶୀର୍ବାଦ’ ଉତ୍ସବ ପାଳନ କରାଯାଇଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ଶାହାରୁଖ ଖାନ, ସଲମାନ ଖାନ, ମାଧୁରୀ ଦୀକ୍ଷିତ, ରାମ ଚରଣ, ମହେଶ ବାବୁ ଏବଂ ସଞ୍ଜୟ ଦତ୍ତଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ।