୮ ବର୍ଷର ଘରୋଇ ହିଂସା ସହିବା ପରେ ଶେଷରେ ଆମେରିକାରେ ଜୀବନ ହାରିଲେ ଭାରତୀୟ ମହିଳା ମନଦୀପ କୌର

ନୂଆଦିଲ୍ଲୀ: ବାପା ମୋତେ କ୍ଷମା କରିଦେବ। ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ସବୁକିଛି ଠିକ୍ ହୋଇଯିବା ଆଶାରେ ମୁଁ ବହୁତ ଅପେକ୍ଷା କଲି ହେଲେ ଆଉ ପାରୁନି। ମୋତେ କ୍ଷମା କରିଦେବ। ଆମେରକାର ନ୍ୟୁୟର୍କରେ ରହୁଥିବା ଭାରତୀୟ ପଞ୍ଜାବୀ ମହିଳା ମନଦୀପ କୌର ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କ ପାଇଁ ଏମିତି ଏକ ଭିଡିଓ ରେକର୍ଡିଂ କରିଥିଲେ, ଯାହା ଏବେ ଭାଇରାଲ୍ ହେଉଛି।

ମହିଳା ଜଣଙ୍କକ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଅତ୍ୟାଚାରରେ ଏତେ ନିର୍ଯାତିତ ଥିଲେ ଯେ ବାଧ୍ୟ ହୋଇ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପାଇଁ ସେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଛନ୍ତି। ମୃତ ମହିଳାଙ୍କ ବୟସ ୩୦ ହେବ ବୋଲି କୁହାଯାଉଛି। ତାଙ୍କର ୪ ଓ ୬ ବର୍ଷର ଦୁଇଟି ଝିଅ ମଧ୍ୟ ଅଛନ୍ତି।