ମାତ୍ର ୨୦ ମିନିଟ୍ ଡେରିରେ ଅଫିସ ପହଁଚିଲେ କର୍ମଚାରୀ, ବାହାର କରିଦେଲେ ବସ୍

ନୂଆଦିଲ୍ଲୀ: ମାନ୍ଦାବସ୍ଥା କାରଣରୁ ଅନେକ ବଡ ବଡ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । କିନ୍ତୁ ଏପରି ଏକ ଛଟେଇ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରକୃତରେ ଛଟେଇ ପଛର କାରଣ ଚକିତ କରିଛି । କେବଳ ୨୦ ମିନିଟ ବିଳମ୍ବରେ ଅଫିସ ଆସିବାରୁ କର୍ମଚାରୀଙ୍କୁ ଚାକିରୀ ନେଇଛି । ତେବେ କର୍ମଚାରୀଜଣଙ୍କ ୭ ବର୍ଷ ହେବ ଠିକ୍ ସମୟରେ ଆସୁଥିଲେ । କିନ୍ତୁ ଦିନେ ବିଳମ୍ବ ହେବାରୁ ତାଙ୍କୁ ଭାରି ପଡିଛି ।

ଏହି ଘଟଣା ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଆଣ୍ଟିଓ୍ୱାର୍କ ଫୋରମ୍ ସେୟାର କରିଛି । ପୋଷ୍ଟ କରିଥିବା ୟୁଜର କହିଛନ୍ତି ଯେ, ତାଙ୍କ ସହଯୋଗୀ କାର୍ଯ୍ୟାଳୟରେ ୭ ବର୍ଷ ହେଲା କାମ କରୁଥିଲେ । ସେ ପ୍ରଥମ ଥର ପାଇଁ ୨୦ ମିନିଟ୍ ବିଳମ୍ବରେ ପହଁଚିଥିଲେ । ଫଳରେ ବସ୍ ତାଙ୍କୁ ଚାକିରୀରୁ ବାହାର କରିଦେଇଥିଲେ । ତେବେ ପୋଷ୍ଟରେ ଏହି ମାମଲା କେଉଁଠି ଘଟିଛି ତାହା କୁହାଯାଇ ନାହିଁ ।

ୟୁଜରଜଣଙ୍କ ଆହୁରି ଲେଖିଛନ୍ତି ଯେ, ଅନ୍ୟ କର୍ମଚାରୀମାନେ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ । ସମସ୍ତେ ତା ପର ଦିନ ବିଳମ୍ବରେ କାର୍ଯ୍ୟାଳୟରେ ପହଁଚିଥିଲେ । ଯଦି ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁଣି ଅବସ୍ଥାପିତ କରାନଯାଏ ତେବେ ସେମାନେ ସବୁଦିନ ଏପରି ବିଳମ୍ବ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏହି ପୋଷ୍ଟ ସେୟାର ହେଲା ପରେ ଅନେକ ଏହା ପରେ କମେଣ୍ଟ କରିଥିଲେ । ଏହାକୁ ଏବେସୁଦ୍ଧା ୮୦ ହଜାର ଲୋକେ ଲାଇକ୍ କରିଥିବା ବେଳେ କିଛି ନିଜ ନିଜର ଅଭିଜ୍ଞତା ବାବଦରେ ଦର୍ଶାଇଛନ୍ତି । ଅଧିକାଂଶ ୟୁଜର ଚାକିରୀରୁ ବିଦା ହୋଇଥିବା କର୍ମଚାରୀଙ୍କ ସପକ୍ଷରେ ବାହାରିଥିଲେ । ଏହାସହ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।