ଏଲ୍ଓସି ନିକଟରେ ୨ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା

ସର୍ଚ୍ଚ ଅପରେସନ ଜାରି

ଜମ୍ମୁ-କଶ୍ମୀର, ୧୮/୦୭: ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ଏଲ୍ଓସି ନିକଟରେ ପୁଣି ହୋଇଛି ଏନକାଉଣ୍ଟର। ଉତ୍ତର କଶ୍ମୀର ଜିଲ୍ଲାର କେରାନ୍ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଆର୍ମି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗତ କିଛି ସପ୍ତାହ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବା ହେତୁ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ରହିଛି।ଜୁଲାଇ ୬ରେ କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜୁଲାଇ ୧୪ତାରିଖରେ କୁପଓ୍ଵାରା ଜିଲ୍ଲାର ଭାରତୀୟ ସେନା ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହି ଆତଙ୍କବାଦୀମାନେ ପାକିସ୍ତାନ ସମର୍ଥିତ ବୋଲି ଜଣାପଡ଼ିଛି।