ସାରା ବିଶ୍ୱରେ ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ

ବିମାନ ଚଳାଚଳ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ, ୧୯/୦୭: ସାରା ବିଶ୍ୱରେ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ କ୍ରାସ ବା ସର୍ଭର ଡାଉନ ହୋଇଛି। ଭାରତ, ଅଷ୍ଟ୍ରେଲିଆ, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ଏହି ସମସ୍ୟା ସମ୍ପର୍କରେ ଦେଇ ଗତି କରୁଛି। ମାଇକ୍ରୋସଫ୍ଟ ୱିଣ୍ଡୋଜର କମ୍ପ୍ୟୁଟର ସ୍କ୍ରିନରେ ଏକ ବ୍ଲ୍ୟୁ ସ୍କ୍ରିନ୍ ଏରର ଦେଖାଉଛି। ଏହା ଦ୍ୱାରା ବିମାନ ଚଳାଚଳ ସେବା, ବ୍ୟାଙ୍କିଙ୍ଗ ସେବା, ସପିଙ୍ଗ ମଲରେ ମଧ୍ୟ ବିଭିନ୍ନ ସେବା ପ୍ରଭାବିତ ହୋଇଛି। ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ସ୍ପାଇସ୍ ଜେଟ୍ ଭଳି ବିମାନର କମ୍ପାନୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ଯାହା ଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ବିମାନ ବାତିଲ ଏବଂ ବିଳମ୍ବର ସମ୍ମୁଖୀନ ହୋଇଥିଲେ।

ଏହାକୁ ନେଇ ମାଇକ୍ରୋସଫ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଜରୁରୀ ସମୟରେ ସମସ୍ୟାକୁ ଗୁରୁତର ସହ ନିଆଯାଇ ସମାଧାନ କରାଯାଉଛି ବୋଲି ଏକ୍ସରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କମ୍ପ୍ୟୁଟରରେ ମାଇକ୍ରୋସଫ୍ଟ ୱିଣ୍ଡୋଜ ଉପରେ ବିଭିନ୍ନ କମ୍ପାନୀ ବିଶେଷ କରି ଏୟାର ଲାଇନ୍ସ ଓ ବ୍ୟାଙ୍କିଂ ସେବା କ୍ଷେତ୍ରରେ ନିର୍ଭର ରହିଥାନ୍ତି। ଏବେ ମାଇକ୍ରୋସଫ୍ଟର ୱିଣ୍ଡୋଜରେ ଏରର ଦେଖା ଯାଉଥିବାରୁ ସାରା ବିଶ୍ୱ ପ୍ରଭାବିତ ହୋଇଛି।