କାଠମାଣ୍ଡୁରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା

୧୮ ଯାତ୍ରୀ ମୃତ, ବର୍ତ୍ତିଗଲେ ପାଇଲଟ

କାଠମାଣ୍ଡୁ, ୨୪/୦୭: ନେପାଳର ରାଜଧାନୀ କାଠମାଣ୍ଡୁରେ ଘଟିଛି ଏକ ଭୟଙ୍କର ବିମାନ ଦୁର୍ଘଟଣା। ବିମାନରେ ୧୯ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡାଣ ଭରୁଥିଲା ବିମାନ। ପୋଖରା ସହର ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟ ଏକ ବିମାନ ମରାମତି ପାଇଁ ବିମାନଟି ଦୁଇ ଜଣ କ୍ରୁ ମେମ୍ବର ଏବଂ ୧୭ ଜଣ ଟେକ୍ନିସିଆନଙ୍କୁ ନେଇ ପୋଖରା ସହରକୁ ଯାଉଥିଲା। ଏହି ଦୁର୍ଘଟଣାରେ ପାଇଲଟ ଜଣକ ବର୍ତ୍ତି ଯାଇଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି ବୋଲି ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି।