ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

୫୦ ହଜାର ଲାଞ୍ଚ ଟଙ୍କା ଜବତ

ବଲାଙ୍ଗୀର, ୨୪/୦୭: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର ସହକାରୀ ନିର୍ବାହୀ ଯନ୍ତ୍ରୀ। ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଆରଡବ୍ଲୁ ସବ୍ ଡିଭିଜନର ପାଟଣାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ଏକ ସରକାରୀ ନିର୍ମାଣ ପ୍ରକଳ୍ପ ବାବଦରେ ଚୂଡ଼ାନ୍ତ ବିଲ୍ ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କାର ଦାବି କରିଥିଲେ। କିନ୍ତୁ ଅଗ୍ରୀମ ଆକାରରେ ୫୦,୦୦୦/- ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।