ଆକ୍ସନ ମୋଡରେ ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଅବକାରୀ ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର, ୨୯/୦୭: ଭିଜିଲାନ୍ସ ସ୍କାନରରେ ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଯୁଗ୍ମ ଅବକାରୀ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି। ଶ୍ରୀ ମିଶ୍ରଙ୍କ ସହ ଜଡ଼ିତ ୧୦ଟି ସ୍ଥାନରେ ଚଢାଉ ଆରମ୍ଭ କରାଯାଇଛି। ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୁଖ ସାମିଲ ଅଛନ୍ତି।