‘ଦୋବାରା’ରେ ଧମାଲ କରିବେ ତାପସୀ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ‘ବେବି’, ‘ପିଙ୍କ୍‌’, ‘ନାମ ଶବାନା’, ‘ସାବାସ୍‌ ମିଠୁ’  ଭଳି ଭିନ୍ନ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ତାଲିକାରେ ମଧ୍ୟ ତାଙ୍କ ନାମ ଅଛି । ଆଗକୁ ତାପସୀଙ୍କୁ  ‘ଦୋବାରା’ରେ ଦେଖିବାକୁ ମିଳିବ । ତାହା ଅଗଷ୍ଟ  ୧୯ ତାରିଖରେ ରିଲିଜ୍‌ ହେବାର ଅଛି।

ଏନେଇ ଏକ ସାକ୍ଷାତକାରରେ  ତାପସୀ ଫିଲ୍ମକୁ ନେଇ ନିଜର ଆଶା  ସଂପର୍କରେ ପ୍ରକାଶ କରିଛନ୍ତି । ସେ  କହିଛନ୍ତି, ଏହା ଏକ ନୂଆ ଯୁଗର  ଥ୍ରିୀଲର ଫିଲ୍ମ। ଦର୍ଶକମାନେ ଏଥିରେ  ମୋତେ ବିଲକୁଲ୍‌ ନୂଆ ପ୍ରକାର  ଅବତାରରେ ଦେଖିବାକୁ ପାଇବେ। ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ  ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ  ଆସିବ ବୋଲି ଆଶା ରହିଛି ।  ଫିଲ୍ମରେ ତାପସୀ ଅଭିନେତା  ପାୱେଲ ଗୁଲାଟୀଙ୍କ ସହ  ସ୍କ୍ରିନ୍‌ ସେୟାର କରିବେ।  ଅନୁରାଗ କଶ୍ୟପ ଏହି  ଫିଲ୍ମର ନିର୍ଦ୍ଦେଶନା  ଦେଇଥିବାବେଳେ  ଏକତା କପୁରଙ୍କ  କଲ୍‌ଟ ମୁଭିଜ୍‌ ଏହାକୁ  ପ୍ରସ୍ତୁତ କରିଛି।