ଭୁବନେଶ୍ବର, ୩୧/୦୭: ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ ଅଧିବେଶନ ଆଜି ଶେଷ ହୋଇଛି। ଚଳିତ ଅଧିବେଶନରେ ପାରିତ ହେଲା ୯୫ ହଜାର କୋଟି ଟଙ୍କାର ଲେଖାନୁଦିତ ବିଲ୍। ବିଲ୍ ପାରିତ ହେବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି।