ନବୀନଙ୍କ ଜିରୋ କାଜୁଆଲିଟି ନୀତି ୧ ନମ୍ବର

ରାଜ୍ୟସଭାରେ ନବୀନଙ୍କୁ ଅମିତ ଶାହଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩୧/୦୭: ବିପର୍ଯ୍ୟୟ ମୁକାବିଲାରେ ନବୀନ ନମ୍ବର ୱାନ। ନବୀନଙ୍କ ଜିରୋ କାଜୁଆଲିଟି ନୀତି ପ୍ରଶଂସା ଯୋଗ୍ୟ। ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ଗୃହମନ୍ତ୍ରୀ ଅମିତ ଶାହ। ବିପର୍ଯ୍ୟୟ ପରିଚାଳନା ପାଇଁ ଆଗୁଆ ପଦକ୍ଷେପ ନେଉଥିଲେ ନବୀନ ବୋଲି କହିଛନ୍ତି ଅମିତ ଶାହ।

କେରଳ ୱାୟନାଡରେ ତାଣ୍ଡବ ରଚିଥିବା ଭୂସ୍ଖଳନ ପ୍ରସଙ୍ଗରେ ଆଲୋଚନା ବେଳେ ନବୀନଙ୍କ ଉଦାହରଣ ଦେଇଛନ୍ତି ଅମିତ ଶାହ। ଶାହ କହିଛନ୍ତି, କେରଳ ଭୂସ୍ଖଳନ ସମ୍ପର୍କରେ ଗୋଟିଏ ସପ୍ତାହ ପୂର୍ବରୁ କେରଳକୁ ସୂଚନା ଦିଆ ଯାଇଥିଲା। ହେଲେ, କେରଳ ସରକାର ଏ ପ୍ରତି ଗୁରୁତ୍ୱ ଦେଇନଥିଲେ। କିନ୍ତୁ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ। ବିପର୍ଯ୍ୟୟର ୭ ଦିନ ପୂର୍ବରୁ ନବୀନ ବାବୁଙ୍କୁ ସୂଚନା ଦେଇଥିଲେ। ବିପର୍ଯ୍ୟୟ ପରିଚାଳନା ପାଇଁ ଆଗୁଆ ପଦକ୍ଷେପ ନେଇଥିଲେ ନବୀନ। ଯାହା ଫଳରେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଥିଲା। ସେଇଟା ବି ଭୁଲରେ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଥିଲେ।