୩୫୩ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

୩୫୩ ନମ୍ୱର ଜାତୀୟ ରାଜପଥର ତରବୋର୍ଡ-ସାହାଜଟ ଗ୍ରାମ ମଧ୍ୟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୂଆପଡ଼ା, ୦୩/୦୮: ନୂଆପଡ଼ା ଜିଲ୍ଲା ୩୫୩ ନମ୍ୱର ଜାତୀୟ ରାଜପଥ ତରବୋର୍ଡ-ସାହାଜଟ ଗ୍ରାମ ମଧ୍ୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୨ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏକ ପିକଅପ ଭ୍ୟାନ ବାଇକକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଥିଲା। ମୃତ ଦୁଇ ଜଣ ବାଇକ ଆରୋହୀ ହେଲେ କୋମନା ଥାନା ତରବୋର୍ଡ ଫାଣ୍ଡି ଅନ୍ତର୍ଗତ ସୁଶାନ୍ତ ଲୁହାର ଏବଂ ଟିକେଶ୍ୱର ସାହୁ ବୋଲି ଜଣାପଡ଼ିଛି। ଦୁଇ ବାଇକ ଆରୋହୀ ୩୫୩ ନମ୍ୱର ଜାତୀୟ ରାଜପଥରେ ତରବୋର୍ଡ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଧଳା ରଙ୍ଗର ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ବାଇକାକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ପିକଅପ ଭ୍ୟାନ ଚାଳକ ଫେରାର ହୋଇଥିବା ଜଣା ପଡ଼ିଛି। କୋମନା ପୋଲିସ, ତରବୋର୍ଡ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି।