କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ

ଏକ୍ସପ୍ରେସର ୩ଟି ଏସି କୋଚରେ ଲାଗିଲା ନିଆଁ

ବିଶାଖାପାଟଣା, ୦୪/୦୮: ବିଶାଖାପାଟଣା ରେଳ ଷ୍ଟେସନରେ କୋର୍ବା ଏକ୍ସପ୍ରେସର ୩ଟି ବଗିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ବିଶାଖାପାଟଣା ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। କୋର୍ବା ଏକ୍ସପ୍ରେସର ତିନୋଟି ଏସି କୋଚ୍ ଏମ୍ ୧, ବି୨ ଓ ବି୭ ବଗିରେ ନିଆଁ ଲାଗିଯାଇଥିଲା। ଏମ୍-୧ ବଗିରେ ଅଗ୍ନିକାଣ୍ଡ ଘଟିବା ପରେ ଅନ୍ୟ ବଗିକୁ ବ୍ୟାପି ଯାଇଥିଲା ବୋଲି ଜଣାପଡ଼ିଛି। ରେଳବାଇ ଅଗ୍ନିଶମ ବାହିନୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା। ଏଥିରେ କେହି ମୃତାହତ ହୋଇନଥିବା ରେଳବାଇ ଅଧିକାରୀମାନେ କହିଛନ୍ତି।