ଭିଜିଲାନ୍ସ ଜାଲରେ ଜଣକ ପରେ ଜଣେ ସରକାରୀ ବାବୁ

ଆଠଗଡ଼ ବିଡିଓଙ୍କ ସହ ଜଡ଼ିତ ୮ଟି ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍ କରିଛି ଭିଜିଲାନ୍ସ।

ଆଜି ଆଠଗଡ଼ ବିଡିଓଙ୍କ ପାଳି

ଭୁବନେଶ୍ବର, ୭/୮: ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ସରକାରୀ ବାବୁ। ଜଣକ ପରେ ଜଣେ ଅଧିକାରୀଙ୍କ ଉପରେ ଚଢାଉ କରୁଛି ଭିଜିଲାନ୍ସ। ଗତ କିଛି ଦିନ ଧରି ଲଗାତାର ଭିଜିଲାନ୍ସ ସରକାରୀ ଅଧିକାରୀଙ୍କ ଉପରେ ଚଢାଉ ଜାରି ରଖିଛି। ଆଜି ଆଠଗଡ଼ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ସମ୍ପତ୍ତି ଉପରେ ରେଡ୍ କରିଛି ଭିଜିଲାନ୍ସ। ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ସହ ଜଡ଼ିତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼ ଓ କଟକରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ବର ଗୌତମ ନଗରସ୍ଥିତ ଶ୍ରୀ ଏନକ୍ଲେଭ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଘର, ଖୋର୍ଦ୍ଧାରେ ଭଲିଆବାଡିରେ ଥିବା ବିଲଡିଂ, ରାଜସୁନାଖଳାରେ ଥିବା ପୈତୃକ ଘର ଓ ଏକ ତିନି ମହଲା କୋଠା, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା କାର୍ଯ୍ୟାଳୟ ଓ କ୍ୱାର୍ଟରରେ ରେଡ୍ ହୋଇଛି। ଏହି ଚଢାଉରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍ଆଇ ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।