ନବୀନଙ୍କୁ ଭେଟିଲେ ୩ ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟ
ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟ।
ୱାକଫ୍ ବୋର୍ଡରେ ମୁସଲମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ: ନବୀନ
ଭୁବନେଶ୍ବର, ୮/୮: ଆଜି ସନ୍ଧ୍ୟାରେ ନବୀନ ନିବାସରେ ପୂରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ବନ୍ଧୁମାନେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ବିଜୁ ଜନତା ଦଳ ସରକାର ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତି ଓ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ।
ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ୱାକଫ୍ ବୋର୍ଡ ସଂଶୋଧନ ବିଲ ସଂମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୱାକଫ୍ ବୋର୍ଡରେ ମୁସଲମାନ ସଂପ୍ରଦାୟର ସ୍ୱାର୍ଥ ସୁରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ବିଜୁ ଜନତା ଦଳକୁ ମଜଭୁତ କରିବା ପାଇଁ ସମସ୍ତେ ଏକାଠି କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି ଆଲୋଚନା ସମୟରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ ସାହୁ, ପିପିଲିର ପୌରପରିଷଦ ଅଧ୍ୟକ୍ଷ ଓ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ସେକ ନିଜାମୁଦ୍ଦିନ ଉପସ୍ଥିତ ଥିଲେ।