ପ୍ୟାରିସ ଅଲିମ୍ପିକ୍ସ: ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ଗତ କାଲି ଖେଳା ଯାଇଥିବା ଜାଭେଲିନ ଥ୍ରୋରେ ଦମଦାର ପ୍ରଦର୍ଶନ କରିଥିଲେ ନୀରଜ।

ପାକିସ୍ତାନର ଅର୍ସଦ ନଦୀମଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ, ୯/୮: ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଗତ କାଲି ଖେଳା ଯାଇଥିବା ଜାଭେଲିନ ଥ୍ରୋରେ ଦମଦାର ପ୍ରଦର୍ଶନ କରିଥିଲେ ନୀରଜ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଜାଭେଲିନ୍ ଫାଇନାଲରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକରୁ ସାମାନ୍ୟ ବଞ୍ଚି ୮୯.୪୫ ମିଟର ଶ୍ରେଷ୍ଠ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି। ଏହା ସହ ୨୬ ବର୍ଷୀୟ ନୀରଜ ଚତୁର୍ଥ ଭାରତୀୟ ଆଥଲେଟ୍ ଭାବେ ଗୋଟିଏ ବ୍ୟକ୍ତିଗତ କ୍ରୀଡ଼ାରେ ଦୁଇଟି ଅଲିମ୍ପିକ୍ ପଦକ ଜିତିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନରେ ଥିବା ପାକିସ୍ତାନର ଅର୍ସଦ ନଦୀମ ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତି ନୂଆ ଅଲିମ୍ପିକ୍ସ ରେକର୍ଡ ସୃଷ୍ଟି କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୮.୫୪ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି।