ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ ହରିୟାଲୀ ତୀଜ୍ ପର୍ବ ପାଳିତ

ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

ପାରାଦ୍ୱୀପ, ୯/୮: ପ୍ରତିବର୍ଷ ଭଳି ଚଳିତ ବର୍ଷ ପାରମ୍ପରିକ ହରିୟାଲୀ ତୀଜ ପର୍ବ ସ୍ଥାନୀୟ ମଧୁବନସ୍ଥିତ ଜେଏସଡବ୍ଲୁ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି। ସାଧାରଣତଃ ଶ୍ରାବଣ ମାସରେ ମୌସୁମୀର ଆଗମନରେ ସାରା ପରିବେଶ ସବୁଜ ସୁନ୍ଦର ହେଇଥିବା ବେଳେ ଧରାପୃଷ୍ଠରେ ହରିୟାଲୀର ଏକ ଭିନ୍ନ ଅନୁଭବ ହେଇଥାଏ। ଏଥି ସହିତ ଏହି ମାସରେ ଭଗବାନ ଶିବ ଓ ଦେବୀ ମା ପାର୍ବତୀଙ୍କ ମିଳନକୁ ସ୍ମରଣ କରିବା ପାଇଁ ଏହି ପର୍ବ ପାଳନ କରାଯାଇଥାଏ।

ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥୀରେ ଏହି ପର୍ବ ପାଳନ କରାଯାଇଛି। ଏହି ଅବସରରେ ଜଟାଧାର ଭବନରେ ଥିବା ସମସ୍ତ ମହିଳା ସବୁଜ ରଙ୍ଗର ଶାଢୀ ପରିଧାନ କରିବା ସହିତ ହାତରେ ମେହେନ୍ଦୀ କରି ନାଚଗୀତର ଉପଭୋଗ କରିଥିଲେ। ଏହି ଅବରରେ ଏକ ସୁସଜ୍ଜିତ ଝୁଲାକୁ ଲେଡିଜ୍ କ୍ଲବର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ କଳ୍ପନା ଉଦଘାଟନ କରିବା ସହିତ ସମସ୍ତେ ଏହି ଝୁଲାରେ ଝୁଲିବାର ଆନନ୍ଦ ନେଇଥିଲେ। ଏହି ଅବସରରେ କ୍ଲବର ସମସ୍ତ ମହିଳା ଓ ସମସ୍ତ ମହିଳା କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରସାଧାନ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଏକ ସାଂସ୍କୁତିକ କାର୍ଯ୍ୟକ୍ରମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲର ବରିଷ୍ଠ ଅଧିକାରୀ ଧନଞ୍ଜୟ ସିହ୍ନା, ନିର୍ମଳେନ୍ଦୁ ପୁରୋହିତ ପ୍ରମୁଖ ଯୋଗ ଦେଇ ଶ୍ରାବଣ କୁଇନଙ୍କୁ ପୁରସ୍କୁତ କରିଥିଲେ। ଶେଷରେ ସମସ୍ତ ମହିଳାମାନେ ଚଟପଟୀ ଖାଦ୍ୟର ମଜା ନେଇଥିଲେ।