୨୪ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ

ମାଲକାନଗିରି, ୧୬/୮: ଆଜି ୨୪ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କରିବା ଏବଂ ଜିଲ୍ଲାକୁ ବାଂଲାଦେଶୀମୁକ୍ତ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବେଆଇନ ବାଂଲାଦେଶୀ ପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ପାଇଁ ରାସ୍ତାରେ ଯାନବାହାନ ଚଳାଚଳ କରୁନଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦରେ ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ବନ୍ଦ ଯୋଗୁଁ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ପ୍ରଭାବିତ ନହେବା ପାଇଁ ଧ୍ୟାନ ଦିଆଯାଇଛି।