ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି

୧୯୯୦ ବ୍ୟାଚର ଆଇପିଏସ ଅଫିସର ୱାଇ. ବି ଖୁରାନିଆ

ଭୁବନେଶ୍ୱର, ୧୬/୮: ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ହୋଇଛନ୍ତି। କେନ୍ଦ୍ର ଡେପୁଟେସନରୁ ଓଡ଼ିଶା ଫେରିବା ପରେ ଓଡ଼ିଶାର ପରବର୍ତ୍ତୀ ଡିଜିପି ଭାବେ ତାଙ୍କୁ ନିଯୁକ୍ତି ମିଳିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡ଼ର ଆଇପିଏସ୍‌ ୱାଇ. ବି ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି କଟକ–ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।