ଦୁଇ ଦିନ ବନ୍ଦ ରହିବ ଜନ ଅଭିଯୋଗ ଶୁଣାଣି

ନୂଆ ତାରିଖ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର, ୧୬/୮: ଅଗଷ୍ଟ ୧୯ ଓ ଅଗଷ୍ଟ ୨୬ରେ ହେବ ନାହିଁ ଜନ ଅଭିଯୋଗ ଶୁଣାଣି। ଅଗଷ୍ଟ ୧୯ରେ ରାକ୍ଷୀ ପୂର୍ଣ୍ଣିମା ଓ ଅଗଷ୍ଟ ୨୬ରେ ଜନ୍ମାଷ୍ଟମୀ ପର୍ବ ପଡୁଥିବାରୁ ଏହି ଦୁଇ ଦିନ ସରକାରୀ ଛୁଟି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଖୁବଶୀଘ୍ର ବିଜ୍ଞପ୍ତି ଜରିଆରେ ଜନ ଅଭିଯୋଗ ଶୁଣାଣି ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ବୋଲି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।