ବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍

ଏକକାଳୀନ ୩ ସ୍ଥାନରେ ଚଢାଉ

ଗଞ୍ଜାମ, ୩୧/୮: ଭିଜିଲାନ୍ସ ଜାଲରେ ବିଇଓ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଘରେ ରେଡ୍ କରିଛି ବ୍ରହ୍ମପୁର ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ସୀତା ରାମ ପାତ୍ରଙ୍କ ଘରେ ରେଡ୍ ହୋଇଛି। ସୀତାରାମ ପାତ୍ରଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଛତ୍ରପୁରସ୍ଥିତ ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ରାମକୃଷ୍ଣ ନଗର ଓ ପୋଲସରା ସ୍ଥିତ ବାସଭବନରେ ଚଢାଉ କରାଯାଉଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୫ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍ ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି।