ଲାଞ୍ଚ ନେଇ ଫସିଲେ ଏସ୍ଆଇ

ଗିରଫ କଲା ଭିଜିଲାନ୍ସ

ବାରିପଦା, ୩୧/୮: ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଅଭିଯୋଗକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଭିଜିଲାନ୍ସ ଏସ୍ଆଇ ରମା ଚନ୍ଦ୍ର ସୋରେନଙ୍କୁ ଗିରଫ କରିଛି। ଅଭିଯୁକ୍ତ ଏସ୍ଆଇଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏସ୍ଆଇଙ୍କ ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ସୋରେନଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଥାନାରେ ଅଭିଯୁକ୍ତ ସୋରେନଙ୍କ ବିରୋଧରେ ଧାରା ୭ ପିସି (ସଂଶୋଧନ) ଆଇନ ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।