ଭିଜିଲାନ୍ସ ସ୍କାନରରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ

ଏକକାଳୀନ ୮ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର, ୦୨/୦୯: ଭିଜିଲାନ୍ସ ସ୍କାନରରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଅନୁଗୁଳ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ୮ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ୧୦ ଜଣ ଡିଏସପି, ୧୬ ଜଣ ଇନ୍ସପେକ୍ଟର, ୭ ଜଣ ଏସଆଇ/ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ଶ୍ରୀ ନାୟକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆଧାରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ଚଢାଉ ହୋଇଥିବା ସ୍ଥାନ:-
ପଟିଆ ଭୁବନେଶ୍ଵରର ପଟିଆରେ ଥିବା ସୁରେଖା ଅର୍କିଡ ଶିଶୁ ବିହାରର ୨୦୫ ନମ୍ବର ଫ୍ଲାଟ୍।

କେନ୍ଦୁଝରର ଜଗମୋହନପୁର, ତେଲକୋଇଠାରେ ଥିବା ୧୫ଟି ଦୋକାନ ବିଶିଷ୍ଟ ଏକ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ।

କେନ୍ଦୁଝରର ଜଗମୋହନପୁର, ତେଲକୋଇ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା।

କେନ୍ଦୁଝର ଜଗମୋହନପୁର ତେଲକୋଇଠାରେ ଏକ ମହଲା କୋଠା।

କେନ୍ଦୁଝରର ତେଲକୋଇ ଅନ୍ତର୍ଗତ ଛାମୁଣ୍ଡାରେ ଥିବା ପୈତୃକ ଘର।

ଅନୁଗୁଳ ଜିଲ୍ଲା ତାଳଚେରରେ ଅସ୍ଥାୟୀ ବାସଭବନ।

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ।

ତାଙ୍କ ସମ୍ପର୍କୀୟଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ପୁରୁମୁଣ୍ଡା ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର।