ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ଲାଭ କଲେ ସରିତା ପଟ୍ଟନାୟକ

ଶିକ୍ଷକ-ଶିକ୍ଷା ବିଭାଗରୁ ପ୍ରଥମ ପିଏଚ୍‌ଡିଧାରୀ

କଟକ, ୦୨/୦୯: କଟକ ଜିଲ୍ଲା ତିଗିରିଆ ବିଜିଗଡ଼ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁବୋଧ କୁମାର ପଟ୍ଟନାୟକ ଓ ଶ୍ରୀମତୀ ଅନଙ୍ଗ ମଞ୍ଜରୀ ପଟ୍ଟନାୟକଙ୍କ କନ୍ୟା ସରିତା ପଟ୍ଟନାୟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନାଗାଲାଣ୍ଡ (କୋହିମା)ରୁ ସମ୍ମାନସୂଚକ ପିଏଚ୍‌ଡି ଡିଗ୍ରି ଲାଭ କରିଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ ନେହା ରାୱତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସେ ଗବେଷଣାରତ ଥିଲେ। “ବିଏଡ୍ ଛାତ୍ର ଶିକ୍ଷକଙ୍କଠାରେ ପ୍ରତିଭାସମ୍ପନ୍ନ ଶିକ୍ଷାର ବିକାଶ ଏବଂ ଉନ୍ନତି ପାଇଁ ଶିକ୍ଷାଗତ ମଡ୍ୟୁଲର ବିକାଶ ଏବଂ ମୂଲ୍ୟାଙ୍କନ” ଶୀର୍ଷକ ସନ୍ଦର୍ଭଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେରଳର ପ୍ରଫେସର ଭି.ପି ଯୋଶୀଷ୍ଠ ଏବଂ ‘ନେହୁ’ର ପ୍ରଫେସର ଶିବ ଚରଣ ସୁବୁଦ୍ଧିଙ୍କ ଦ୍ୱାରା ପରୀକ୍ଷିତ ଓ ଉଚ୍ଚ ପ୍ରଂଶସିତ ହୋଇଛି। ଶ୍ରୀମତୀ ପଟ୍ଟନାୟକ ନୟାଗଡ଼ ଜିଲା ବଡ଼ପଥୁରିଆ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକଙ୍କ କନିଷ୍ଠ ପୁତ୍ରବଧୂ ତଥା ପ୍ରଫେସର ପ୍ରଦୀପ୍ତ ପଟ୍ଟନାୟକଙ୍କର ଧର୍ମପତ୍ନୀ ଅଟନ୍ତି।