ସେପ୍ଟେମ୍ବର ୯ରେ ସ୍କୁଲ ଛୁଟି

ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି

ଭୁବନେଶ୍ବର, ୦୪/୦୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଆସନ୍ତା ସେପ୍ଟେମ୍ବର ୯ ତାରିଖ ତଥା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ପଡୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଖାଇ ପର୍ବକୁ ସମ୍ମାନ ଜଣାଇ ସେପ୍ଟେମ୍ବର ୯ ତାରିଖକୁ ପୂର୍ବରୁ ଛୁଟି ଘୋଷଣା କରିଥିଲେ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟ୍ରେଟ୍ କୋର୍ଟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ।