ବାରବନ୍ଧ ଗ୍ରାମରେ ୪୫ ଲିଟର ଦେଶୀ ମଦ ଜବତ

ସମ୍ପୃକ୍ତ ବ୍ୟକ୍ତି କୋର୍ଟ ଚାଲାଣ

ମୁରିବାହାଲ, ୦୪/୦୯ (ଦର୍ଶନ ନିୟୁଜ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟର ବାରବନ୍ଧ ଗ୍ରାମରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୪୫ ଲିଟର ଦେଶୀ ମଦ ଜବତ କରିଛି। ଏହି ଦେଶୀ ମଦ କାରବାରରେ ସମ୍ପୃକ୍ତି ଥିବା ସେହି ଗ୍ରାମର ଧନେଶ୍ୱର ନାୟକ ନାମକ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ଓ.ଆଇ.ସି ସୁମିତ କୁମାର ସାହୁ, ଏ.ଏସ.ଆଇ ଯତୀନ କୁମାର ଦୀପ, କନେଷ୍ଟବଳ ପ୍ରଫୁଲ୍ଲ ନାଗ, ଲଳିତା ଭୁଏ, ଶ୍ରୀପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଏହି ଗ୍ରାମର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକ ଜଙ୍ଗଲ ଘେରରେ ଥିବା ଯୋଗୁଁ ଏହାର ଫାଇଦା ନେଇ ଅନେକ ଅସାମାଜିଜ ଲୋକ ଏହି ଦେଶୀ ମଦ କାରବାରରେ ଲିପ୍ତ ରହୁଛନ୍ତି। ଏହିଠାରୁ ବିଭିନ୍ନ ସ୍ଥାନକୁ ଦେଶୀ ମଦ ଚୋରା ଚାଲାଣ ନିୟମିତ ଭାବରେ ହେଉଅଛି। ତେଣୁ ଏହି ସବୁ ଗ୍ରାମରେ ମୁରିବାହାଲ ପୋଲିସ ଓ ଅବକାରୀ ବିଭାଗ ବିଶେଷ ଧ୍ୟାନ ଦେବା ପାଇଁ ଦାବି ହୋଇଛି।