ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର

ବିଜେଡିରୁ ବହିଷ୍କୃତ କଲେ ନବୀନ

ଭୁବନେଶ୍ବର, ୦୬/୦୯: ରାଜ୍ୟସଭାକୁ ବିଜୁ ଜନତା ଦଳରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କୁ ରାଜ୍ୟସଭାକୁ ପଠାଇଥିବା ଦଳ ଓ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଶା ଆକାଂକ୍ଷାକୁ ସେ ନିରାଶ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସୁଜିତ କୁମାର କହିଛନ୍ତି ଯେ ସେ ଜାଣିଶୁଣି ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ତୁରନ୍ତ ଗ୍ରହଣ କରିଛନ୍ତି। ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ମୋତେ ଏବଂ ମୋ ରାଜ୍ୟ ଓଡ଼ିଶାର ସୁଯୋଗ ମିଳିଥିବାରୁ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ ରହିଛି।