ସିଲିଣ୍ଡର ପରେ ୭୫୦ ଟଙ୍କା ମହଙ୍ଗା ହେଲା ଗ୍ୟାସ୍ କନେକ୍ସନ

ନୂଆଦିଲ୍ଲୀ: ଯୁଗ ବଦଳିବା ସହ ଦରଦାମ୍ ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରୋଷେଇ ଘରକୁ ପୁଣି ହୋଇଛି ମହଙ୍ଗା ମାଡ଼ । ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଘରୋଇ ଗ୍ୟାସ କନେକ୍ସନର ଦାମ୍ ବଢ଼ାଇ ଦେଇଛନ୍ତି । ପୂର୍ବରୁ ଗ୍ୟାସ୍ ସିଲିଣ୍ଡର କନେକ୍ସନ ପାଇଁ ୧୪୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ଆପଣଙ୍କୁ ଟଙ୍କା ଅଧିକ ଅର୍ଥାତ୍ ୨୨୦୦ ଟଙ୍କା ଦେବାକୁ ପଡିବ ।

ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମର ପ୍ରତି ସିଲିଣ୍ଡର ପିଛା ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ୍ ଯଦି ଆପଣ ୨ଟି ଗ୍ୟାସ୍ ସିଲିଣ୍ଡର ଆଣୁଛନ୍ତି ଆପଣଙ୍କୁ ୨୨୦୦ ଟଙ୍କା ସ୍ଥାନରେ ୪୪୦୦ ଟଙ୍କା ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୨ଟି ଗ୍ୟାସ୍ ସିଲିଣ୍ଡର କିଣିଲେ ୨୯୦୦ ଟଙ୍କା ଦେବାକୁ ପଡୁଥିଲା । ଏହି ନୂଆ ନିୟମ ଆଗାମୀ ୧୬ ଜୁନରୁ ଲାଗୁ ହେବ ।

ସେହିଭଳି ରେଗୁଲେଟର ପାଇଁ ୧୫୦ ଟଙ୍କା ବଦଳରେ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁସାରେ ଏଥର ୫ କିଲୋ ସିଲିଣ୍ଡର ସିକ୍ୟୁରିଟି ପାଇଁ ୮୦୦ ବଦଳରେ ୧୧୫୦ ଟଙ୍କା ଦେବାକୁ ହେବ ।